ହରିଚନ୍ଦନପୁର (ନି.ପ୍ର.) ଗତ 24 ତାରିଖ ଦିନ ହରିଚନ୍ଦନପୁର ବ୍ଲକ ଯୋଗାଣ ନିରୀକ୍ଷିକା ପ୍ରଣତି ମାଝୀଙ୍କ ବିଦାୟ କାଳୀନ ସଭା ଟାଙ୍ଗରିଆପାଳ ପଂଚାୟତର ରେମାଳ ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଯୋଗାଣ ସହାୟକ ସଙ୍ଘର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ବିଗତ ୯ ବର୍ଷ ଧରି ହରିଚନ୍ଦନପୁର ବ୍ଲକର ସାଧାରଣ ବଣ୍ଟନ ବ୍ୟବସ୍ଥା ସୁଚାରୁ ରୁପେ ସମ୍ପାଦନ ଶ୍ରୀମତୀ ମାଝୀ ସଭାରେ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହି ସଭାରେ ଯୋଗାଣ ସହାୟକ ସଂଘର ସଭାପତି ରଙ୍କନାଥ ଜେନା , ସଂପାଦକ ବିଶ୍ଵମ୍ବର ମହାନ୍ତ, ଘଷିପୁରା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରତ୍ନାକର ମହାନ୍ତ ଶ୍ରୀମତୀ ମାଝୀଙ୍କ କାର୍ଯ୍ୟ କଳାପ ସମ୍ପର୍କରେ ସ୍ମୃତି ରୋମନ୍ଥନ କରିଥିଲେ । ଯୋଗାଣ ସହାୟକ ସଂଘର ପ୍ରମୁଖ କର୍ମକର୍ତ୍ତା ସର୍ବଶ୍ରୀ ଜ୍ଞାନ ରଂଜନ ସାହୁ , କ୍ଷୀରୋଦ ଚନ୍ଦ୍ର ସାହୁ, ରାଜ୍ୟପାଳ ମୁଣ୍ଡା, ନିର୍ମଳ ନାୟକ, ଭୃଗରାଜ ମହାନ୍ତ, ଅର୍ଜ୍ଜୁନ ସିଂ ମୁଣ୍ଡା, ମଣ୍ଟୁ ବେଜ, ରଂଗଲାଲ ମହାରଣା, ଅଶୋକ କୁମାର ନାଏକ, ସନ୍ତୋଷ କୁମାର ବାରିକ, ଲଷ୍ମଣ ସାହୁ, ବାବୁଲି ମହାକୁଡ଼, ଦିପୁ ସାହୁ, ଧୀରେନ ପାତ୍ର, ପ୍ରମୋଦ କୁମାର ମହାପାତ୍ର, ତେନ୍ଦୁଲ କର ମହାନ୍ତ ଯୋଗ ଦେଇଥିଲେ । ଏସ ଏଚ ଜି ଗ୍ରୁପର ଗ୍ରୁପର ସଦସ୍ୟ ବାସନ୍ତୀ ସୋରେନ୍ ଆଦି ଯୋଗ ଦେଇଥିଲେ । ପରିଶେଷରେ ସଭାପତି ବିଶେଷ ଧନ୍ୟବାଦ ଅର୍ପଣ କରି ଆଗାମୀ ଜୀବନର ସୁଖ ସମୃଦ୍ଧି କାମନା କରିଥିଲେ ।
ହରିଚନ୍ଦନପୁର ବ୍ଲକ ଯୋଗାଣ ନିରୀକ୍ଷିକାଙ୍କ ବିଦାୟ ସମ୍ବର୍ଦ୍ଧନା
By: KARAM TV ODISHA
0
Tags
ଖବର ଏବେ ଏବେ
Post a Comment